ଦିତୀୟ ରାଜାବଳୀ 9 : 1 (ORV)
ଅନନ୍ତର ଇଲୀଶାୟ ଭବିଷ୍ୟଦ୍ବକ୍ତା ଭବିଷ୍ୟଦ୍-ବକ୍ତାଗଣର ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ଡାକି କହିଲେ, ତୁମ୍ଭ କଟି ବାନ୍ଧ ଓ ଏହି ତୈଳ-ଶିଶି ହସ୍ତରେ ନେଇ ରାମୋତ୍-ଗିଲୀୟଦକୁ ଯାଅ ।
ଦିତୀୟ ରାଜାବଳୀ 9 : 2 (ORV)
ପୁଣି ତୁମ୍ଭେ ସେଠାରେ ଉପସ୍ଥିତ ହେଲେ, ନିମ୍ଶିଙ୍କର ପୌତ୍ର ଯିହୋଶାଫଟଙ୍କର ପୁତ୍ର ଯେହୂଙ୍କର ଅନ୍ଵେଷଣ କର ଓ ଭିତରକୁ ଯାଇ ତାଙ୍କର ଭ୍ରାତୃଗଣ ମଧ୍ୟରୁ ତାଙ୍କୁ ଉଠାଇ ଏକ ଭିତର କୋଠରିକି ନେଇଯାଅ ।
ଦିତୀୟ ରାଜାବଳୀ 9 : 3 (ORV)
ପୁଣି ତୈଳ-ଶିଶି ନେଇ ତାଙ୍କ ମସ୍ତକରେ ଢାଳି କୁହ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ । ତହୁଁ ତୁମ୍ଭେ ଦ୍ଵାର ଫିଟାଇ ପଳାଇଯାଅ ଓ ବିଳମ୍ଵ ନ କର ।
ଦିତୀୟ ରାଜାବଳୀ 9 : 4 (ORV)
ତହିଁରେ ସେ ଯୁବା, ଅର୍ଥାତ୍, ସେହି ଯୁବା ଭବିଷ୍ୟଦ୍ବକ୍ତା ରାମୋତ୍-ଗିଲୀୟଦକୁ ଗଲେ ।
ଦିତୀୟ ରାଜାବଳୀ 9 : 5 (ORV)
ଆଉ ସେ ଉପସ୍ଥିତ ହେବା ବେଳେ ଦେଖ, ସେନାପତିମାନେ ବସିଅଛନ୍ତି; ତହିଁରେ ସେ କହିଲେ, ହେ ସେନାପତି, ତୁମ୍ଭଠାରେ ମୋହର ଏକ କାର୍ଯ୍ୟ ଅଛି । ତହୁଁ ଯେହୂ କହିଲେ, ଆମ୍ଭ ସମସ୍ତଙ୍କ ମଧ୍ୟରୁ କାହାଠାରେ? ତହିଁରେ ସେ କହିଲେ, ହେ ସେନାପତି, ତୁମ୍ଭଠାରେ ।
ଦିତୀୟ ରାଜାବଳୀ 9 : 6 (ORV)
ଏଥିରେ ସେ ଉଠି ଗୃହ ଭିତରକୁ ଗଲେ; ତହୁଁ ଭବିଷ୍ୟଦ୍ବକ୍ତା ତାଙ୍କର ମସ୍ତକରେ ତୈଳ ଢାଳି ତାଙ୍କୁ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ଆମ୍ଭେ ତୁମ୍ଭକୁ ସଦାପ୍ରଭୁଙ୍କ ଲୋକ, ଅର୍ଥାତ୍, ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ ।
ଦିତୀୟ ରାଜାବଳୀ 9 : 7 (ORV)
ପୁଣି ଆମ୍ଭେ ଯେପରି ଈଷେବଲ୍ ହସ୍ତରୁ ଆମ୍ଭ ଦାସ ଭବିଷ୍ୟଦ୍-ବକ୍ତାଗଣର ରକ୍ତର ଓ ସଦାପ୍ରଭୁଙ୍କ ଦାସସମୂହର ରକ୍ତର ପରିଶୋଧ ନେବୁ, ଏଥିପାଇଁ ତୁମ୍ଭେ ଆପଣା ପ୍ରଭୁ ଆହାବର ବଂଶକୁ ଆଘାତ କରିବ ।
ଦିତୀୟ ରାଜାବଳୀ 9 : 8 (ORV)
କାରଣ ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ ଓ ଆମ୍ଭେ ଇସ୍ରାଏଲ ମଧ୍ୟରେ ଆହାବ ସମ୍ପର୍କୀୟ ପ୍ରତ୍ୟେକ ପୁଂସନ୍ତାନକୁ ଓ ବଦ୍ଧ କି ମୁକ୍ତ ଲୋକକୁ ଉଚ୍ଛିନ୍ନ କରିବା ।
ଦିତୀୟ ରାଜାବଳୀ 9 : 9 (ORV)
ଆଉ ଆମ୍ଭେ ଆହାବ-ବଂଶକୁ ନବାଟର ପୁତ୍ର ଯାରବୀୟାମର ବଂଶ ତୁଲ୍ୟ ଓ ଅହୀୟର ପୁତ୍ର ବାଶାର ବଂଶ ତୁଲ୍ୟ କରିବା ।
ଦିତୀୟ ରାଜାବଳୀ 9 : 10 (ORV)
ପୁଣି କୁକ୍କୁରମାନେ ଈଷେବଲ୍‍କୁ ଯିଷ୍ରିୟେଲ ଭୂମିରେ ଖାଇବେ ଓ ତାହାକୁ କବର ଦେବା ପାଇଁ କେହି ନ ଥିବ । ତହୁଁ ଭବିଷ୍ୟଦ୍ବକ୍ତା ଦ୍ଵାର ଫିଟାଇ ପଳାଇଗଲେ ।
ଦିତୀୟ ରାଜାବଳୀ 9 : 11 (ORV)
ତହିଁରେ ଯେହୂ ବାହାର ହୋଇ ଆପଣା ପ୍ରଭୁର ଦାସମାନଙ୍କ ନିକଟକୁ ଆସନ୍ତେ, ଜଣେ ତାଙ୍କୁ ପଚାରିଲା, ସବୁ ମଙ୍ଗଳ ତ? ସେ ବାତୁଳଟି କାହିଁକି ତୁମ୍ଭ କତିକି ଆସିଥିଲା? ତହିଁରେ ସେ ସେମାନଙ୍କୁ କହିଲେ, ସେ ଲୋକକୁ ଓ ତାହାର କଥା କଅଣ, ତୁମ୍ଭେମାନେ ତ ଜାଣ ।
ଦିତୀୟ ରାଜାବଳୀ 9 : 12 (ORV)
ଏଥିରେ ସେମାନେ କହିଲେ, ଏ ମିଛ; ଏବେ ଆମ୍ଭମାନଙ୍କୁ କୁହ । ତହୁଁ ସେ କହିଲେ, ସେ ମୋତେ ଏପରି ଏପରି କହିଲା, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ ।
ଦିତୀୟ ରାଜାବଳୀ 9 : 13 (ORV)
ତହୁଁ ସେମାନେ ପ୍ରତ୍ୟେକେ ଶୀଘ୍ର ଆପଣା ଆପଣା ବସ୍ତ୍ର ନେଇ ସୋପାନ ଉପରେ ଯେହୂଙ୍କର ତଳେ ରଖିଲେ ଓ ତୂରୀ ବଜାଇ କହିଲେ, ଯେହୂ ରାଜା ହେଲେ ।
ଦିତୀୟ ରାଜାବଳୀ 9 : 14 (ORV)
ଏଥିରେ ନିମ୍ଶିଙ୍କର ପୌତ୍ର ଯିହୋଶାଫଟଙ୍କର ପୁତ୍ର ଯେହୂ ଯୋରାମ୍ଙ୍କ ବିରୁଦ୍ଧରେ ଚକ୍ରା; କଲେ । (ସେସମୟରେ ଯୋରାମ୍ ଓ ସମସ୍ତ ଇସ୍ରାଏଲ ଅରାମର ରାଜା ହସାୟେଲଠାରୁ ରାମୋତ୍-ଗିଲୀୟଦ ରକ୍ଷା କରୁଥିଲେ ।
ଦିତୀୟ ରାଜାବଳୀ 9 : 15 (ORV)
ମାତ୍ର ଯୋରାମ୍ ରାଜା ଅରାମର ରାଜା ହସାୟେଲ ସଙ୍ଗେ ଯୁଦ୍ଧ କରିବା ବେଳେ ଅରାମୀୟ ଲୋକମାନେ ତାଙ୍କୁ ଯେଉଁ କ୍ଷତବିକ୍ଷତ କରିଥିଲେ, ତହିଁରୁ ସେ ସୁସ୍ଥ ହେବା ନିମନ୍ତେ ଯିଷ୍ରିୟେଲକୁ ଫେରି ଯାଇଥିଲେ) । ପୁଣି ଯେହୂ କହିଲେ, ଯେବେ ଏ ତୁମ୍ଭମାନଙ୍କ ମତ, ତେବେ ଯିଷ୍ରିୟେଲରେ ଏହା ଜଣାଇବା ପାଇଁ କାହାରିକୁ ନଗରର ବାହାରକୁ ପଳାଇ ଯିବାକୁ ନ ଦିଅ ।
ଦିତୀୟ ରାଜାବଳୀ 9 : 16 (ORV)
ତହିଁରେ ଯେହୂ ରଥରେ ଚଢ଼ି ଯିଷ୍ରିୟେଲକୁ ଗଲେ; କାରଣ ସେସ୍ଥାନରେ ଯୋରାମ୍ ଶଯ୍ୟାଗତ ହୋଇଥିଲେ । ପୁଣି ଯିହୁଦାର ରାଜା ଅହସୀୟ ଯୋରାମ୍ଙ୍କୁ ଦେଖିବାକୁ ଆସିଥିଲେ ।
ଦିତୀୟ ରାଜାବଳୀ 9 : 17 (ORV)
ସେତେବେଳେ ପ୍ରହରୀ ଯିଷ୍ରିୟେଲ-ଦୁର୍ଗ ଉପରେ ଠିଆ ହୋଇଥିଲା, ପୁଣି ଯେହୂ ଆସୁ ଆସୁ ପ୍ରହରୀ ତାଙ୍କର ଲୋକଦଳକୁ ନିରୀକ୍ଷଣ କରି କହିଲା, ମୁଁ ଏକ ଦଳ ଲୋକ ଦେଖୁଅଛି । ତହିଁରେ ଯୋରାମ୍ କହିଲେ, ଜଣେ ଅଶ୍ଵାରୋହୀକି ନେଇ ସେମାନଙ୍କୁ ଭେଟିବା ପାଇଁ ପଠାଅ ଓ ସେ ପଚାରୁ, କୁଶଳ କି?
ଦିତୀୟ ରାଜାବଳୀ 9 : 18 (ORV)
ତହିଁରେ ଜଣେ ଅଶ୍ଵ ଚଢ଼ି ତାଙ୍କୁ ଭେଟିବାକୁ ଯାଇ କହିଲା, ରାଜା ପଚାରୁଅଛନ୍ତି, କୁଶଳ କି? ତହିଁରେ ଯେହୂ କହିଲେ, କୁଶଳରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋʼ ପଛକୁ ଯାଅ । ଏଥିରେ ପ୍ରହରୀ ଜଣାଇ କହିଲା, ଦୂତ ସେମାନଙ୍କ ନିକଟକୁ ଗଲା, ମାତ୍ର ସେ ଫେରି ଆସୁ ନାହିଁ ।
ଦିତୀୟ ରାଜାବଳୀ 9 : 19 (ORV)
ତହୁଁ ସେ ଦ୍ଵିତୀୟ ଜଣକୁ ଅଶ୍ଵରେ ପଠାନ୍ତେ, ସେ ସେମାନଙ୍କ ନିକଟକୁ ଯାଇ କହିଲା, ରାଜା ପଚାରୁଅଛନ୍ତି, କୁଶଳ କି? ପୁଣି ଯେହୂ ଉତ୍ତର କଲେ, କୁଶଳରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋʼ ପଛକୁ ଯାଅ ।
ଦିତୀୟ ରାଜାବଳୀ 9 : 20 (ORV)
ଏଥିରେ ପ୍ରହରୀ ଜଣାଇ କହିଲା, ସେ ଜଣ ହିଁ ସେମାନଙ୍କ ନିକଟକୁ ଗଲା, ଆଉ ସେ ଫେରି ଆସୁ ନାହିଁ; ପୁଣି ରଥଚାଳନ ନିମ୍ଶିର ପୁତ୍ର ଯେହୂର ଚାଳନ ପରି; କାରଣ ସେ ଅତି ପ୍ରଚଣ୍ତ ବେଗରେ ଚଳାଏ ।
ଦିତୀୟ ରାଜାବଳୀ 9 : 21 (ORV)
ତେବେ ଯୋରାମ୍ କହିଲେ, ରଥ ପ୍ରସ୍ତୁତ କର । ତହିଁରେ ସେମାନେ ତାଙ୍କର ରଥ ପ୍ରସ୍ତୁତ କଲେ । ପୁଣି ଇସ୍ରାଏଲର ରାଜା ଯୋରାମ୍ ଓ ଯିହୁଦାର ରାଜା ଅହସୀୟ ଆପଣା ଆପଣା ରଥରେ ବାହାରିଲେ, ଆଉ ସେମାନେ ଯେହୂଙ୍କୁ ଭେଟିବାକୁ ଯାଇ ଯିଷ୍ରିୟେଲୀୟ ନାବୋତର ଭୂମିରେ ତାଙ୍କୁ ଦେଖିଲେ ।
ଦିତୀୟ ରାଜାବଳୀ 9 : 22 (ORV)
ପୁଣି ଯୋରାମ୍ ଯେହୂଙ୍କୁ ଦେଖନ୍ତେ, ତାଙ୍କୁ ପଚାରିଲେ, ଯେହୂ କୁଶଳ କି? ତହିଁରେ; ସେ ଉତ୍ତର କଲେ, ଯେଯାଏ ତୁମ୍ଭ ମାତା ଈଷେବଲ୍ର ଏତେ ବ୍ୟଭିଚାର ଓ ମାୟାବିତ୍ଵ ଅଛି, ସେଯାଏ କି କୁଶଳ?
ଦିତୀୟ ରାଜାବଳୀ 9 : 23 (ORV)
ଏଥିରେ ଯୋରାମ୍ ଆପଣା ହସ୍ତ ଫେରାଇ ପଳାଇଲେ ଓ ଅହସୀୟଙ୍କୁ କହିଲେ, ହେ ଅହସୀୟ, ଶଠତା ହେଲା ।
ଦିତୀୟ ରାଜାବଳୀ 9 : 24 (ORV)
ତହୁଁ ଯେହୂ ଆପଣାର ସମ୍ପୂର୍ଣ୍ଣ ବଳରେ ଧନୁ ଟାଣି ଯୋରାମ୍ଙ୍କର ଦୁଇ ବାହୁ ମଧ୍ୟକୁ ମାରନ୍ତେ, ତୀର ତାଙ୍କ ହୃଦୟ ଦେଇ ବାହାରି ଗଲା, ତହିଁରେ ସେ ଆପଣା ରଥରେ ନଇଁ ପଡ଼ିଲେ ।
ଦିତୀୟ ରାଜାବଳୀ 9 : 25 (ORV)
ତେବେ ଯେହୂ ଆପଣା ସେନାପତି ବିଦ୍କରକୁ କହିଲେ, ତାହାକୁ ଉଠାଇ ନେଇ ଯିଷ୍ରିୟେଲୀୟ ନାବୋତର କ୍ଷେତ୍ରଭୂମିରେ ପକାଇଦିଅ; କାରଣ ମୁଁ ଓ ତୁମ୍ଭେ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚାତ୍ଗମନ କରିବା ବେଳେ ସଦାପ୍ରଭୁ କିପ୍ରକାରେ ତାହା ଉପରେ ଏହି ଭାରୋକ୍ତି ଥୋଇଥିଲେ, ଏହା ସ୍ମରଣ କର;
ଦିତୀୟ ରାଜାବଳୀ 9 : 26 (ORV)
ଯଥା, ସଦାପ୍ରଭୁ କହନ୍ତି, ଆମ୍ଭେ ନିଶ୍ଚୟ ଗତ କାଲି ନାବୋତର ରକ୍ତ ଓ ତାହାର ପୁତ୍ରମାନଙ୍କ ରକ୍ତ ଦେଖିଲୁ; ପୁଣି ଆମ୍ଭେ ଏହି ଭୂମିରେ ତୁମ୍ଭକୁ ପ୍ରତିଫଳ ଦେବା, ଏହା ସଦାପ୍ରଭୁଙ୍କ ଉକ୍ତି । ଏହେତୁ ତୁମ୍ଭେ ସଦାପ୍ରଭୁଙ୍କ ଉକ୍ତି ଅନୁସାରେ ତାହାକୁ ନେଇ ସେହି କ୍ଷେତ୍ରଭୂମିରେ ପକାଇଦିଅ ।
ଦିତୀୟ ରାଜାବଳୀ 9 : 27 (ORV)
ମାତ୍ର ଯିହୁଦାର ରାଜା ଅହସୀୟ ଏହା ଦେଖି ଉଦ୍ୟାନ-ଗୃହର ପଥ ଦେଇ ପଳାଇଲେ । ତହିଁରେ ଯେହୂ ତାଙ୍କର ପଛେ ପଛେ ଯାଇ କହିଲେ, ତାହାକୁ ମଧ୍ୟ ରଥରେ ଆଘାତ କର; ତହୁଁ ସେମାନେ ଯିବ୍ଲୀୟମ୍ ନିକଟସ୍ଥ ଗୂର୍ ନାମକ ଉଠାଣି ନିକଟରେ ତାଙ୍କୁ ଆଘାତ କଲେ । ଆଉ ସେ ମଗିଦ୍ଦୋକୁ ପଳାଇ ସେଠାରେ ମଲେ ।
ଦିତୀୟ ରାଜାବଳୀ 9 : 28 (ORV)
ତହୁଁ ତାଙ୍କର ଦାସମାନେ ତାଙ୍କୁ ରଥରେ ଯିରୂଶାଲମକୁ ନେଇଗଲେ ଓ ଦାଉଦ-ନଗରରେ ତାଙ୍କର ପିତୃଲୋକଙ୍କ ସହିତ ତାଙ୍କର କବରରେ ତାଙ୍କୁ କବର ଦେଲେ ।
ଦିତୀୟ ରାଜାବଳୀ 9 : 29 (ORV)
ଆହାବଙ୍କର ପୁତ୍ର ଯୋରାମ୍ଙ୍କର ଅଧିକାରର ଏକାଦଶ ବର୍ଷରେ ଅହସୀୟ ଯିହୁଦା ଉପରେ ରାଜ୍ୟ କରିବାକୁ ଆରମ୍ଭ କରିଥିଲେ ।
ଦିତୀୟ ରାଜାବଳୀ 9 : 30 (ORV)
ଏଉତ୍ତାରେ ଯେହୂ ଯିଷ୍ରିୟେଲରେ ଉପସ୍ଥିତ ହୁଅନ୍ତେ, ଈଷେବଲ୍ ତାହା ଶୁଣିଲା; ତହୁଁ ସେ ଆପଣା ଚକ୍ଷୁରେ ଅଞ୍ଜନ ଦେଇ ଓ ଆପଣା ମସ୍ତକ ଭୂଷିତ କରି ଝରକା ନିକଟରେ ବାହାରକୁ ଅନାଇଲା ।
ଦିତୀୟ ରାଜାବଳୀ 9 : 31 (ORV)
ପୁଣି ଯେହୂ ଦ୍ଵାରରେ ପ୍ରବେଶ କରିବା ବେଳେ ଈଷେବଲ୍ କହିଲା, ହେ ଆପଣା ପ୍ରଭୁର ହତ୍ୟାକାରୀ ସିମ୍ରି, କୁଶଳ କି?
ଦିତୀୟ ରାଜାବଳୀ 9 : 32 (ORV)
ଏଥିରେ ଯେହୂ ଝରକା ଆଡ଼େ ଆପଣା ମୁଖ ଉଠାଇ କହିଲେ, କିଏ ମୋʼ ପକ୍ଷରେ ଅଛି? କିଏ? ତହୁଁ ତାଙ୍କ ଆଡ଼କୁ ଦୁଇ ବା ତିନି ନପୁଂସକ ଅନାଇଲେ ।
ଦିତୀୟ ରାଜାବଳୀ 9 : 33 (ORV)
ଏଥିରେ ସେ କହିଲେ, ତାକୁ ତଳକୁ ପକାଇଦିଅ । ତହୁଁ ସେମାନେ ତାକୁ ତଳକୁ ପକାଇଦେଲେ; ପୁଣି ତାହାର କିଛି ରକ୍ତ ପ୍ରାଚୀର ଓ ଅଶ୍ଵମାନଙ୍କ ଉପରେ ଛିଟ୍କି ପଡ଼ିଲା ଓ ସେ ତାକୁ ପାଦତଳେ ଦଳିଲେ ।
ଦିତୀୟ ରାଜାବଳୀ 9 : 34 (ORV)
ଏଉତ୍ତାରେ ଯେହୂ ଭିତରକୁ ଯାଇ ଭୋଜନପାନ କଲେ; ଆଉ ସେ କହିଲେ, ଏବେ ସେହି ଶାପଗ୍ରସ୍ତା ସ୍ତ୍ରୀର ବିଷୟ ବୁଝ ଓ ତାକୁ କବର ଦିଅ; କାରଣ ସେ ରାଜକନ୍ୟା ।
ଦିତୀୟ ରାଜାବଳୀ 9 : 35 (ORV)
ଏଥିରେ ସେମାନେ ତାକୁ କବର ଦେବାକୁ ଗଲେ; ମାତ୍ର ତାହା ମୁଣ୍ତର ଖପୁରୀ ଓ ପାଦ ଓ ହାତ-ପାପୁଲି ଛଡ଼ା ଆଉ କିଛି ପାଇଲେ ନାହିଁ ।
ଦିତୀୟ ରାଜାବଳୀ 9 : 36 (ORV)
ଏହେତୁ ସେମାନେ ଫେରି ଆସି ତାଙ୍କୁ ଜଣାଇଲେ । ତହିଁରେ ସେ କହିଲେ, ଏ ତ ସଦାପ୍ରଭୁଙ୍କ ବାକ୍ୟ, ସେ ଆପଣା ଦାସ ତିଶ୍ବୀୟ ଏଲୀୟଙ୍କ ଦ୍ଵାରା ଏହା କହିଥିଲେ, ଯଥା, ଯିଷ୍ରିୟେଲୀୟ ଭୂମିରେ କୁକ୍କୁରମାନେ ଈଷେବଲର ମାଂସ ଖାଇବେ;
ଦିତୀୟ ରାଜାବଳୀ 9 : 37 (ORV)
ଆଉ ଯିଷ୍ରିୟେଲୀୟ ଭୂମିରେ ଈଷେବଲ୍ର ଶବ କ୍ଷେତ୍ର ଉପରେ ଖତ ପରି ହେବ; ତହିଁରେ ଏ ଈଷେବଲ୍ ବୋଲି ଲୋକେ କହିବେ ନାହିଁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37

BG:

Opacity:

Color:


Size:


Font: